Sunday 22 April 2018

ବିବାହ ପ୍ରଲୋଭନ ଦେଖାଇ ଯୁବତୀ ଚାଲାଣ, ଦଲାଲ ୟୁସୁଫ ସେକ୍ ଗିରଫ



ଯୋଡା, ୨୨/୦୪ : ୱେଷ୍ଟ ବେଙ୍ଗଲସ୍ଥିତ ବେଲଦା ଥାନା ପୁଲିସ ଆଜି କେନ୍ଦୁଝର ଜିଲ୍ଲା ଯୋଡା ଠାରୁ ଜଣେ ଯୁବତୀ ଚାଲାଣ କରୁଥିବା ଦଲାଲକୁ ଗିରଫ କରିଥିବା ଜଣାପଡିଛି । ଏହି ଦଲଲା ଜଣଙ୍କର ନାମ ୟୁସୁଫ ସେକ୍ । ୱେଷ୍ଟ ବେଙ୍ଗଲ ତାର ଘର । ୟୁସୁଫ ଯୋଡାସ୍ଥିତ ହୁଡିସାହିରେ ଭଡା ଘରେ ରହି ବିଭିନ୍ନ ସ୍ଥାନରେ କାଠ କାମ କରି ଜୀବିକା ନିର୍ବାହ କରିଥାଏ ।
ୟୁସୁଫର ଘର ୱେଷ୍ଟ ବେଙ୍ଗଲସ୍ଥିତ ମୁର୍ସିଦାବାଦ ଠାରେ । ସେ ମୁର୍ସିଦାବାଦରୁ ଅଳ୍ପ ବୟସ୍କା ଯୁବତୀମାନଙ୍କୁ ବିବାହର ପ୍ରଲୋଭନ ଦେଖାଇ ଆଣି ରାଜ୍ୟ ବାହାରକୁ ଚାଲାଣ କରୁଥିବା  ୱେଷ୍ଟ ବେଙ୍ଗଲ ପୁଲିସ ଗଣମାଧ୍ୟମକୁ ସୂଚନା ଦେଇଛି ।
 ୟୁସୁଫ ଜଣେ ବିବାହିତ ପୁରୁଷ, ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ସେ ୭ରୁ ଉର୍ଦ୍ଧ୍ୱ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ରାଜ୍ୟ ବାହାରକୁ ଚାଲାଣ  କରିଥିବା ତାଙ୍କର ସ୍ତ୍ରୀ ପୁଲିସରେ ଅଭିଯୋଗ କରିଛନ୍ତି ।
ଗତକାଲି ବିଳମ୍ବିତ ରାତିରେ୧୪ ବର୍ଷର ଯୁବତୀ ସହିତ ସନ୍ଦେହ ଜନକ ଭାବେ ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଅଟକାଇ ଯୋଡା ପୁଲିସକୁ ଖବର ଦେଇଥିଲେ । ତେବେ ପୁଲିସ ଯୁବତୀକୁ ପଚରା ଉଚରା କରିବା ପରେ ତାର ନିର୍ଜାପୁର ବୋଲି ଜଣାପଡିଥିଲା । ଏହି ଘଟଣା ବେଲଡା ଥାନାକୁ ଜଣାଇବା ପରେ ଥାନା ଅଧିକାରୀ ରତନ ମଣ୍ଡଲଙ୍କ ନେତୃତ୍ୱରେ ଜଣେ ମହିଳା କନେଷ୍ଟବଳ ଏବଂ ୨ ଜଣ ଅଧିକାରୀ ଏବଂ ୟୁସୁଫଙ୍କ ସ୍ତ୍ରୀ ସହିତ ଆସି ଯୋଡା ଥାନା ସହାୟତାରେ ଯୁବତୀ ଜଣଙ୍କୁ ଉଦ୍ଧାର କରିବା ସହିତ ଦଲାଲକୁ ଗିରଫ କରିଥିଲେ । ପୁଲିସର ପ୍ରାଥମିକ ତଦନ୍ତରୁ ଏକ ବଡ ଧରଣର ଆନ୍ତଃରାଜ୍ୟ ଯୁବତୀ ଚାଲାଣ ର୍ୟାକେଟ କାର୍ଯ୍ୟ କରୁଥିବା ଜଣାପଡିଥିଲା । ତେବେ ଏହି ର୍ୟାକେଟର କିଙ୍ଗପିନ ନିକଟରେ ପୁଲିସ ପହଞ୍ôଚପାରୁଛି କି ନାହିଁ ତାହା ଦେଖିବାକୁ ରହିଲା ।